May 9, 2024

ଭୁବନେଶ୍ୱର:  ଅପ୍‌କମିଙ୍ଗ ପଲିଟିକାଲ ଆକ୍ସନ୍‌-ଥ୍ରିଲର ‘ଗେମ୍‌ ଚେଞ୍ଜର୍‌’ରେ ଫିମେଲ ଲିଡ୍‌ ଭାବେ ନଜର ଆସିବେ କିଆରା ଆଡ଼ଭାନି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍‌ ମେଗା ପାୱାର ଷ୍ଟାର୍‌ ରାମଚରଣ । ଗତ ବୁଧବାର ରାମଚରଣଙ୍କ ୩୯ତମ ଜନ୍ମଦିନ ଅବସରରେ ନିର୍ମାତା ଫିଲ୍ମର ‘ଜରାଗଣ୍ଡି’ ଶୀର୍ଷକ ଗୀତର ଭିଡିଓ ଜାରି କରିଛନ୍ତି । ୪ ମିନିଟ୍‌ର ଏହି ଭିଡିଓରେ ରାମଚରଣ-କିଆରାଙ୍କ ଦମ୍‌ଦାର କେମିଷ୍ଟ୍ରି ଦେଖିବାକୁ ମିଳିଛି । ପେସାଦାର ନୃତ୍ୟଶିଳ୍ପୀଙ୍କର ଏକ ଟିମ୍‌ ସହିତ କିଆରାଙ୍କ ଏନର୍ଜେଟିକ୍‌ ଡ୍ୟାନ୍ସ ଦର୍ଶକଙ୍କ ମନ ଜିଣିଛି ।
ଜରାଗଣ୍ଡି ଗୀତକୁ କମ୍ପୋଜ୍‌ କରିଛନ୍ତି ଥମନ୍‌ ଏସ୍‌ । କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ ଓ ଦଲେର ମେହନ୍ଦୀ । ନୃତ୍ୟ କୋରିଓଗ୍ରାଫ୍‌ କରିଛନ୍ତି ପ୍ରଭୁଦେବା । ତାମିଲ ଫିଲ୍ମମେକର ଏସ୍‌ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କାହାଣୀ ଲେଖିଛନ୍ତି ଯୁବ କାହାଣୀକାର କାର୍ତ୍ତିକ ସୁବ୍ୱାରାଜ । କିଆରାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ୱାର୍‌-୨’ । ଫିଲ୍ମର ସୁଟିଂ ଚାଲିଛି । ‘ଡନ୍‌-୩’ରେ ରଣବୀର ସିଂହଙ୍କ ଅପୋଜିଟ୍‌ରେ ଲିଡ୍‌ ଭୂମିକାରେ ସେ ନଜର ଆସିବେ ।