May 6, 2024

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଲେ । ଭୋଟଭିକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନବୀନ ସରକାରକୁ ଟାର୍ଗେଟ୍‌ କଲେ । ସୋନପୁର ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ କହିଲେ ନବୀନ ସରକାରକୁ ଉପାଡ଼ି ଫିଙ୍ଗିଦିଅ । ବିକାଶ ପାଇଁ ରାଜ୍ୟବାସୀ ବିଜେପିକୁ ଜିତାନ୍ତୁ । ବିଜେଡିକୁ ୨୫ ବର୍ଷ ଦେଇଛ, ବିଜେପିକୁ ୫ ବର୍ଷ ଦେବାକୁ ସେ ନିବେଦନ କରିଛନ୍ତି ।

ଜନସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶାହ। କହିଲେ, ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠାକାର ସରକାର। ଓଡ଼ିଆ ଭାଷା, ସଂସ୍କୃତି ଗୌରବରୁ ବଞ୍ଚିତ ରଖିଛି। ସବୁଠୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି। ଓଡ଼ିଶା ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଉଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ବିଜେପି ସରକାର ବନାନ୍ତୁ। ବିଜେପି ସରକାର ଆସିଲେ ଜଣେ କାହାକୁ ବାହାର ରାଜ୍ୟ ଯିବାକୁ ପଡ଼ିବନି।

ସେ ଆହୁରି କହିଛନ୍ତି, ଏଠାକାର ସରକାର ରାମ ମନ୍ଦିର ଉତ୍ସବକୁ ଡାଇଭର୍ଟ କରିବାକୁ ଚେଷ୍ଟା କଲେ। କିନ୍ତୁ ମୋ ଓଡ଼ିଶାବାସୀ ରାମ ମନ୍ଦିର ଉତ୍ସବକୁ ପାଳନ କଲେ। ମୋଦି ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟିତ। ମୋଦି ସରକାର ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲେ। ଦେଶକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନରେ ପଶି ଷ୍ଟ୍ରାଇକ କଲେ। ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ନାଁ ନେଉଛନ୍ତି। ମୋଦି ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି। ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ। ନବୀନ ବାବୁଙ୍କୁ ଡର ଲାଗୁ ହେଲେ ମୋଦି ନାଁ ନେଇଯିବେ।

ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ। କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି। ମୋଦିଙ୍କ ସବୁ ଅନୁଦାନକୁ ଏଠା ସରକାର ନିଜ ନାଁରେ ନେଇଯାଉଛି। ନବୀନ ବାବୁଙ୍କ ଫଟୋ ଲଗାଇ ସବୁ ନିଜ ନାଁରେ ନେଇଯାଉଛନ୍ତି। ଓଡ଼ିଶାବାସୀ ଜାଣିଛନ୍ତି ଚାଉଳ, ଘର ମୋଦି ହିଁ ଦେଉଛନ୍ତି। କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ।

Leave a Reply

Your email address will not be published. Required fields are marked *