May 15, 2024

ଭୁବନେଶ୍ୱର: ଏପ୍ରିଲ୍‌ ୪ରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌) ୨୦୨୪ ସେସନ୍‌-୨ ଆରମ୍ଭ । ଏଥିପାଇଁ ଦେଶର ୩୧୯ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୱେବ୍‌ସାଇଟ୍‌ରେ ଆବେଦନକାରୀଙ୍କ ଆଡମିଟ୍‌ କାର୍ଡ ସହ ପରୀକ୍ଷା କେନ୍ଦ୍ର ତାଲିକା ଉପଲବ୍‌ଧ ହେଉଛି ।
ଏପ୍ରିଲ୍‌ ୪, ୫, ୬, ୮ ଏବଂ ୯ ତାରିଖରେ ବିଇ ଏବଂ ବିଟେକ୍‌ ପେପର-୧ ପରୀକ୍ଷା ଅନୁଷ୍ଠିତ ହେବ । ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ ଏବଂ ସିଫ୍ଟ-୨ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ୧୨ ତାରିଖରେ ବିଆର୍କ ଏବଂ ବିପ୍ଲାନିଂର ପରୀକ୍ଷା କରାଯିବ । ପରୀକ୍ଷାର୍ଥୀ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଏନ୍‌ଟିଏ ୱେବ୍‌ସାଇଟ୍‌ htts://jeemain.nta.ac.inରେ ଜେଇଇ ମେନ୍‌ ପରୀକ୍ଷା ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ ।