May 5, 2024

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକ କଂଗ୍ରେସ ଭବନରେ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଲୋକସଭା ଓ ବିଧାନସଭା କ୍ଷେତ୍ରମାନଙ୍କରେ କିପରି ପ୍ରଭାବୀ ଢଙ୍ଗରେ ପ୍ରଚାର କରାଯିବ ତାହାର ରଣକୌଶଳ ସ୍ଥିର କରାଯାଇଥିଲା । ଜାତୀୟ କଂଗ୍ରେସର ୫ଟି ନ୍ୟାୟ, ୨୫ଟି ଗ୍ୟାରେଣ୍ଟି ଏବଂ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି କିପରି ସାଧାରଣ ମତଦାତାଙ୍କ ନିକଟରେ ପହଞ୍ଚିବ ତା ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା । ପୁରୀରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ କରାଯିବ । ଏହି ପ୍ରଚାର ଅଭିଯାନ ରାଜ୍ୟର ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା କ୍ଷେତ୍ରରେ ପହଞ୍ଚିବ । ସେହିପରି ଆସନ୍ତା ୨୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ହେବାକୁ ଥିବା ଜନସଭାରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ସମବେତ କର୍ମୀ ଓ ଜନତାଙ୍କୁ ସମ୍ବୋଧନ କରିବେ ।

Leave a Reply

Your email address will not be published. Required fields are marked *