May 5, 2024

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଆଜି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ ଲୋଡିଛନ୍ତି ।  ବାର୍ ଆସୋସିଏସନର ଅନେକ ବରିଷ୍ଠ, ଅନୁଭବୀ ତଥା ପୁରୁଣା ଓକିଲ ବନ୍ଧୁ ମାନଙ୍କୁ ଭେଟି ଖୁସି ପ୍ରକଟ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଜିଲ୍ଲାର ସାମୂହିକ ବିକାଶ, ଲୋକ ଆକାଂକ୍ଷା ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ଦିଗରେ ସମସ୍ତଙ୍କ ଉପାଦେୟ ପରାମର୍ଶ ନେଲି । ସମାଜ ଜୀବନରେ ଓକିଲଙ୍କ ଭୂମିକାଙ୍କ ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ପ୍ରଧାନ କହିଥିଲେ ଯେ ସମ୍ବଲପୁର ଆମ ସଂସ୍କୃତି ଓ ସଭ୍ୟତାର ଅନନ୍ୟ କେନ୍ଦ୍ର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନେକ ଗୁଡିଏ ବିକାଶମୂଳକ କାମ ହେଉଅଛି । ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ଯୁବବର୍ଗଙ୍କୁ ରୋଜଗାର ସହ ଯୋଡିବାକୁ ହେବ । ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ବାର୍ ଆସୋସିଏସନଙ୍କ ସହ ସାମୂହିକ ଦାୟିତ୍ୱ ନେବାକୁ ହେବ ।

ଏହି ଦିନ ଶ୍ରୀ ପ୍ରଧାନ ଓଡ଼ିଶାର ହୋମ୍ ମେଣ୍ଟେନାନ୍ସ ସର୍ଭିସ୍ ହୋମଭେରୀର କର୍ମଚାରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ । ସେ କହିଥିଲେ ଗ୍ରାହକମାନଙ୍କୁ ସଠିକ୍ ସମୟରେ ପ୍ଲମ୍ବିଂ, କାର୍ପେଣ୍ଟ୍ରି, ଗୃହ ଉପକରଣ ମରାମତି ତଥା ଘର ଉପକରଣ ସହ ଜଡ଼ିତ ସେବା ଯୋଗାଇଦେବା ପାଇଁ ନିୟୋଜିତ ସମସ୍ତ ଟେକ୍ନିସିଆନ କର୍ମଚାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ । ସମ୍ବଲପୁରରୁ ଆରମ୍ଭ ହୋଇଥିବା ‘ହୋମଭେରୀ’ ବର୍ତ୍ତମାନ ଭୁବନେଶ୍ୱର, କଟକ ଓ ବରଗଡ଼ ଭଳି ବଡ ବଡ ସହରରେ ସେବା ଯୋଗାଇ ଆସିବା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଡିଗ୍ରୀ ଅପେକ୍ଷା ଦକ୍ଷତା ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟଅପ୍ ପରମ୍ପରାରେ ଅନୁପ୍ରାଣିତ ହୋଇ ‘ହୋମଭେରୀ’ ଆରମ୍ଭ କରିଥିବା ପ୍ରହ୍ଲାଦ ମିତ୍ତଲ ଓ ରଜତ କର ରୋଜଗାର ଦେବାର ପରମ୍ପରା ତିଆରି କରି ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଦିଗରେ ଏଭଳି କଳ୍ପନା ଓ ଦକ୍ଷତା ନିଶ୍ଚିତ ଭାବେ ସମାଜକୁ ପ୍ରେରିତ କରିବ । ଆଗାମୀ ଦିନରେ ଏହି ସଂସ୍ଥା ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଅଂଶବିଶେଷ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ ।

 

Leave a Reply

Your email address will not be published. Required fields are marked *