May 18, 2024

ଭୁବନେଶ୍ୱର: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ପରିଚାଳିତ ସିଭିଲ ସର୍ଭିସେସ୍‌ ୨୦୨୩ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ମୋଟ୍‌ ୧୦୧୬ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୧୮୦ ଜଣ ଆଇଏଏସ୍‌, ୩୭ଜଣ ଆଇଏଫ୍‌ଏସ୍‌, ୨୦୦ଜଣ ଆଇପିଏସ୍‌, ୬୧୩ଜଣ କେନ୍ଦ୍ରୀୟ ସର୍ଭିସ୍‌ ଗ୍ରୁପ୍‌ ‘ଏ’, ୧୩୧ଜଣ ଗ୍ରୁପ୍‌ ‘ବି’ ପାଇଁ ନିଯୁକ୍ତି ପାଇବେ । ୟୁପିଏସ୍‌ସି ସିଏସ୍‌ଇ-୨୦୨୩ରେ ସର୍ବଭାରତୀୟସ୍ତରରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ସେହିପରି ଦ୍ୱିତୀୟ ର‌୍ୟାଙ୍କରେ ଓଡ଼ିଶାର ପୁଅ ଅନିମେଶ ପ୍ରଧାନ ରହିଛନ୍ତି । ୟୁୁପିଏସ୍‌ସି ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷାରେ ଓଡ଼ିଶାର ୨୦ଜଣରୁ ଅଧିକ କୃତ କାର୍ଯ୍ୟ ହୋଇଛନ୍ତିି । ଏପରିକି ୫ଜଣ ଓଡ଼ିଆ ୧୦୦ ର‌୍ୟାଙ୍କରେ ଅଛନ୍ତି ।
ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ର‌୍ୟାଙ୍କ୍‌, ଆୟୁଷି ପ୍ରଧାନ ୩୬ ର‌୍ୟାଙ୍କ୍‌, ଜୟଶ୍ରୀ ପ୍ରଧାନ ୫୨ ର‌୍ୟାଙ୍କ୍‌, ଅଭିମନ୍ୟୁ ମଲ୍ଲିକ ୬୦ ର‌୍ୟାଙ୍କ୍‌, ଅତୁଲ ମିଶ୍ର ୯୪ ର‌୍ୟାଙ୍କ, ସ୍ରିଷ୍ଟି ମିଶ୍ର ୯୫ ର‌୍ୟାଙ୍କ, ଅମୃତାଂଶୁ ନାୟକ ୧୧୦ ର‌୍ୟାଙ୍କ୍‌ରେ ରହିଛନ୍ତି । ଯଶୋବନ୍ତ ମଲ୍ଲିକ ୧୧୫ ର‌୍ୟାଙ୍କ୍‌, କୃତି ତ୍ରିପାଠୀ ୧୪୯ ର‌୍ୟାଙ୍କ୍‌, ନିତେଶ କୁମାର ମିଶ୍ର ୧୫୮ ର‌୍ୟାଙ୍କ, ପଦ୍ମନାଭ ମିଶ୍ର ୧୭୬ ର‌୍ୟାଙ୍କ, ଶୁଭ୍ରା ପଣ୍ଡା ୨୦୪ ର‌୍ୟାଙ୍କ, ରିକି ଲୋହକର ପ୍ରଧାନ ୨୩୦ ର‌୍ୟାଙ୍କ, ତାନିଆ ମିଶ୍ର ୨୬୯ ର‌୍ୟାଙ୍କ, ଅନନ୍ୟା ରଣା ୨୮୦ ର‌୍ୟାଙ୍କ, ତନିଶା ମିଶ୍ର ୩୦୩ ର‌୍ୟାଙ୍କ, ରଶ୍ମୀ ପ୍ରଧାନ ୩୧୯ ର‌୍ୟାଙ୍କ, ବିଶ୍ୱଜିତ୍‌ ପଣ୍ଡା ୩୪୩ ର‌୍ୟାଙ୍କ, ପ୍ରିୟଙ୍କା ପ୍ରିୟଦର୍ଶିନୀ ୩୮୭ ର‌୍ୟାଙ୍କ, ସନ୍ତୋଷ କୁମାର ପାତ୍ର ୪୦୯ ର‌୍ୟାଙ୍କ, ସୌରଭ ଦାସ ୪୬୬ ର‌୍ୟାଙ୍କ, ରାକେଶ କୁମାର ସାହୁ ୫୭୫ ର‌୍ୟାଙ୍କ, ନୟନ ରଞ୍ଜନ ଦାସ ୫୮୧ ର‌୍ୟାଙ୍କ, ହେମନ୍ତ କୁମାର ସାହୁ ୭୨୨, ସିଦ୍ଧାନ୍ତ ବେଶ୍ରା ୮୦୦ ର‌୍ୟାଙ୍କ, ଭାରତୀ ସାହୁ ୮୫୦, ଅନୁପ ନାୟକ ୧୦୦୧ ର‌୍ୟାଙ୍କରେ ଅଛନ୍ତି ।
ସର୍ବଭାରତୀୟ ସ୍ତରରେ ୨ନମ୍ବର ର‌୍ୟାଙ୍କ ହାସଲ କରିଥିବା ଅନିମେଶ ପ୍ରଧାନଙ୍କ ଘର ଅନଗୁଳ ଜିଲ୍ଲା ତାଳଚେରର ଭାଲୁଗଡ଼ିଆ ଗାଁ ।