May 5, 2024

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଆଜି ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ହୋଇଛି । ଆଜି ରାମ ନବମୀରେ ୯ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ଭୋଟ ଲଢ଼ିବେ । ହିଞ୍ଜିଳି ସହ କଣ୍ଟାବାଞ୍ଜିରେ ଲଢ଼ିବେ ନବୀନ । ସେହିଭଳି ସମ୍ବଲପୁର ଓ ରେଢ଼ାଖୋଲ ଆସନର ପ୍ରାର୍ଥୀ ବଦଳାଇଛନ୍ତି ବିଜେଡି । ରେଢ଼ାଖୋଲରୁ ଲଢ଼ିବେ ପ୍ରସନ୍ନ ଆଚାର୍ଯ୍ୟ । ସମ୍ବଲପୁରରୁ ଲଢ଼ିବେ ରୋହିତ ପୂଜାରୀ । ନିମାପଡ଼ାରୁ ବିଧାୟକ ସମୀର ରଂଜନ ଦାଶଙ୍କ ଟିକଟ କଟିଛି ।

ଅନ୍ୟ ପ୍ରାର୍ଥୀମାନେ ହେଲେ….

ଚିତ୍ରକୋଣ୍ଡା ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା,  କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ , ଦେବଗଡ ଅରୁନ୍ଧତୀ ଦେବୀ, ଅନୁଗୁଳ ସଞ୍ଜୁକ୍ତା ସିଂ,  ନିମାପଡା ଦିଲ୍ଲୀପ ନାୟକ, ସାନଖେମୁଣ୍ଡି ସୁଶ୍ରୀ ସୁଲକ୍ଷ୍ନା ଗୀତାଞ୍ଜଳୀ ଦେବୀ, ଜୟପୁର ଇନ୍ଦିରା ନନ୍ଦ

 

Leave a Reply

Your email address will not be published. Required fields are marked *