May 5, 2024

ଭୁବନେଶ୍ୱର: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କର ନୂଆ ୱେବ୍ ସିରିଜ୍ ‘ହିରାମଣ୍ଡି: ଦି ଡାଇମଣ୍ଡ୍‌ ବାଜାର’ କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ‘ହିରାମଣ୍ଡି’ର କାହାଣୀ ସ୍ୱାଧୀନତା ପୂର୍ବରୁ ଭାରତରେ ବେଶ୍ୟାମାନଙ୍କ ଜୀବନ ଏବଂ ସେମାନଙ୍କ ସଂଗ୍ରାମ ଉପରେ ଆଧାରିତ। ୧୯୪୦ ଦଶକର ପୃଷ୍ଠଭୂମିକୁ ନେଇ ଏହି ସିରିଜ୍ ପ୍ରସ୍ତୁତ କରାଯାଇଛି।
ଏହି ଧାରାବାହିକରେ ସୋନାକ୍ଷୀ ସିହ୍ନା, ମନୀଷା କୋଇରାଲା, ରିଚା ଚଡ୍‌ଡା, ଆଦିତ୍ୟ ରାଓ ହୈଦରୀ, ଶର୍ମିନ୍ ସହଗଲ, ସଞ୍ଜୀଦା ଶେଖ ଏବଂ ଅନ୍ୟ ତାରକାମାନେ ନଜର ଆସିବେ। କରିଛନ୍ତି । ଏଥିରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସେକ୍ସି ଲୁକ୍‌ରେ ନିଆଁ ଲଗାଇ ଦେଇଛନ୍ତି ।
ବର୍ତ୍ତମାନ, ‘ହିରାମଣ୍ଡି’ର ଦ୍ୱିତୀୟ ଗୀତ ‘ତିଲ୍‌ସ୍ମୀ ବାହେଁ ’ମୁକ୍ତିଲାଭ କରିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସୋନାକ୍ଷୀ ସିହ୍ନା ‘ତିଲ୍‌ସ୍ମୀ ବାହେଁ ’ ଗୀତରେ ନାଚୁଥିବାବେଳେ ତାଙ୍କ ଘାତକ ଲୁକ୍‌କୁ ଦେଖାଉଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଏହି ଗୀତକୁ ସଞ୍ଜୟ ଲୀଲା ଭନ୍‌ସାଲୀ ରଚନା କରିଛନ୍ତି। ଶର୍ମିଷ୍ଟା ଚାଟାର୍ଜୀ ଏହାକୁ ନିଜ ସ୍ୱରରେ ସଜାଇଛନ୍ତି।
ସଞ୍ଜୟ  ‘ଦେବଦାସ’, ‘ପଦ୍ମାବତ’, ‘ବାଜିରାଓ ମସ୍ତାନୀ’ ଏବଂ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ‘ଗଙ୍ଗୁବାଇ କାଠିୟାୱାଡି’ ଭଳି ଦମଦାର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ବର୍ତ୍ତମାନ ସେ ୱେବ୍ ସିରିଜ୍ ‘ହିରାମଣ୍ଡି’ ମାଧ୍ୟମରେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି।