May 19, 2024

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କଂଗ୍ରେସରୁ ବିଦା ହୋଇଛନ୍ତି । ୬ ବର୍ଷ ପାଇଁ ଦଳ ତାଙ୍କୁ ପ୍ରାଥମିକ ସଭ୍ୟ ପଦରୁ କଲା ବହିଷ୍କାର । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳ ତାଙ୍କୁ ବହିଷ୍କାର କରିଥିବା ଏଆଇସିସି ପ୍ରେସ ରିଲିଜରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡି ଟିକଟରେ ଭୁବନେଶ୍ୱର ଏମପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ସୁର ପୁଅ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା । ଏବେ ଦଳ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବହିଷ୍କାର କରିଛି ।