May 19, 2024

ଭୁବନେଶ୍ୱର: ଓଃ କି ଶାନ୍ତି । ସାରା ରାଜ୍ୟରେ ଆଜି ପ୍ରବଳ ଗରମରୁ ତ୍ରାହି ମିଳିଛି । ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ବର୍ଷାରୁ ତାପମାତ୍ରା କମିଛି । କେବଳ ମାଲକାନଗିରିରେ ୪୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟ ସ୍ଥାନରେ ୨୪ ରୁ ୨୬ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି ।
ଗତ ୩ ଦିନ ହେବ ରାଜ୍ୟରେ ଅସମ୍ଭବ ଗରମ ଓ ଗ୍ରୀଷ୍ମପ୍ରବାହ ଅନୁଗଭୂତ ହେଉଥିଲା । ଏଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ବେଳେ ଆଜି ଗରମରୁ ନିସ୍ତାର ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ବାଲେଶ୍ୱର, ନୟାଗଡ଼, ଖୋର୍ଦ୍ଧା, ପାରାଦୀପ , କେନ୍ଦ୍ରାପଡ଼ା , ଅନୁଗୁଳ, ଢ଼େଙ୍କାନାଳ ଆଦି ସହରରେ ବର୍ଷାରୁ ତାପମାତ୍ରା କମିଛି । ଆସନ୍ତା ଦୁଇଦିନ ଯାଏ ତାପମାତ୍ରା କମ୍‌ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପୂର୍ବାହ୍ନରେ ତାପମାତ୍ରା ଅପେକ୍ଷାକୃତ କମ ଥିଲେ ମଧ୍ୟ ଗୁଳଗୁଳି ଲାଗି ରହିଥିଲା । ଅସମ୍ଭବ ଗରମ ଅନୁଭୂତ ହେଉଥିଲା । ଅପରାହ୍ନରେ କିନ୍ତୁ ବର୍ଷା ହୋଇଥିଲା । କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।

ରାଜ୍ୟରେ ଏକ ପଶ୍ଚିମା ଝଡ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ସକ୍ରିୟ ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ୩ଟିଯାକ ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ ଘଡଘଡି ବିଜୁଳି ସହ ରାଜ୍ୟରେ ଝଡବର୍ଷା ସୃଷ୍ଟି କରିବାରେ ସହାୟକ ହେଉଛି। ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ପାଇଁ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, କଟକ, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି  ସ ବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲି ସକାଳ ପରଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା  ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ  , ଦେଓଗଡ,  କେନ୍ଦୁଝର,  ସମ୍ବଲପୁର,  ସୋନପୁର,   ନୟାଗଡ,  ଗଂଜାମ,  ଗଜପତି, କନ୍ଧମାଳ , ରାୟଗଡା ଓ  କଳାହାଣ୍ଡି ପାଇଁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କକରିଛି  ପାଣିପାଗ କେନ୍ଦ୍ର। ଅନ୍ୟପଟେ  ୯ରୁ ପୁଣି ପାଗ ବଦଳିବା ସମ୍ଭାବନା ରହିଛି।