May 16, 2024

ଭୁବନେଶ୍ୱର: ବିଜୁ ଜନତା ଦଳକୁ ବାଏ ବାଏ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ । ବିଜେଡିରୁ ଏ ଦୁଇ ଓଲିଉଡ୍‌ ଷ୍ଟାର ଛାଡ଼ିବା ପରେ ଦଳ ଷ୍ଟାରଶୂନ୍ୟ ହୋଇଛି ।
ଆକାଶ ଇସ୍ତଫା ପରେ କହିଛନ୍ତି, ମୋ ସ୍ୱାଭିମାନ ଓ କୋରେଇର ସ୍ୱାଭିମାନ ପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୁଁ କିନ୍ତୁ ସବୁବେଳେ କୋରେଇବାସୀଙ୍କ ସେବାରେ ରହିବି । ଅନୁମାନ କରାଯାଉଛି ଆକାଶ ବିଜେପିରେ ସାମିଲ ହୋଇ କୋରେଇରୁ ଲଢ଼ିପାରନ୍ତି ।
ସେହିଭଳି ବିଜେଡିରେ ଏକରକମ ଅଣଦେଖା ହୋଇ ରହିଥିବା ଅନୁଭବ ମଧ୍ୟ ଆଜି ଦଳ ଛାଡ଼ିଛନ୍ତି । ଅନୁଭବଙ୍କ ସ୍ଥାନରେ ଦଳ କଂଗ୍ରେସ ଛାଡ଼ି ଆସିଥିବା ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅନୁଭବ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।