May 19, 2024

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ୯ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଦେଇଛି ଦଳ । ବାଲେଶ୍ୱର ଆସନରୁ ଲଢ଼ିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେହିଭଳି କେନ୍ଦୁଝର-ମୋହନ ହେମ୍ବ୍ରମ, ଭଦ୍ରକ-ଅନନ୍ତ ସେଠୀ, ଯାଜପୁର-ଅଞ୍ଚଳ ଦାସ, ଢ଼େଙ୍କାନାଳ- ସସ୍ମିତା ବେହେରା, କେନ୍ଦ୍ରାପଡ଼ା-ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁର- ରବୀନ୍ଦ୍ର କୁମାର ସେଠୀ, ପୁରୀ-ସୁଚରିତା ମହାନ୍ତି, ଭୁବନେଶ୍ୱର- ୟାସିର ନୱାଜ ।
ପୂର୍ବରୁ ଦଳ ୪୭ ବିଧାନସଭା ସହ ୮ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।