May 15, 2024

ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି।   ହୁଣ୍ଡିରୁ ୨୭ ଲକ୍ଷ ୯୦ ହଜାର ୭୭୯ଟଙ୍କା, ୧୪୪ ଗ୍ରାମ ୧୭୦ ମିଲିଗ୍ରାମ ସୁନା, ୧ କେଜି ୮୮୫ ଗ୍ରାମ ୫୦୦ ମିଲିଗ୍ରାମ ରୁପା ମିଳିଛି।

       ଦେବୋତ୍ତର ବିଭାଗର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ଶ୍ରୀନିବାସ ବେହେରା, ନଳିନୀ ମହାନ୍ତ ଓ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତରେ ୧୩ଟି ହୁଣ୍ଡି ଖୋଲା ଯାଇଥିଲା। ମନ୍ଦିର କର୍ମଚାରୀ ଶରତ ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ,ତରଣୀସେନ ରାଉତ, ତୁଷାରକାନ୍ତ ରାଉତ, ହରିହର ମହାନ୍ତ, ନାରାୟଣ ମୁଖୀ, ଚନ୍ଦନ ବେହେରା, ପୀତାମ୍ବର ଗିରି, ଚକ୍ରଧର ନାଏକ, ନାରାୟଣ ମୁଖୀ  ପ୍ରମୁଖ ଉପସ୍ଥିତ ରହି ଗଣତି କରିଥିଲେ।