May 15, 2024

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେ ନିଜର ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଭବନ ଆସି ବିଜେଡିରେ ସାମିଲ ହୋଇଥିଲେ । ଶନିବାର ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜୀବ ଶଙ୍ଖ ଟିକଟରେ ଜଗତସିଂହପୁର କିମ୍ବା ପାରାଦୀପରୁ ଭୋଟ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଚିରଞ୍ଜୀବଙ୍କ ଯୋଗଦାନ ପରେ ଜଗତସିଂହପୁର ବିଜେଡି ରାଜନୀତିରେ ଆରମ୍ଭ ହୋଇଛି ହଲଚଲ୍ ।
୨୦୦୪ରେ ଚିରଞ୍ଜିବୀ ତିର୍ତୋଲରୁ ପ୍ରଥମେ କଂଗ୍ରେସ ଟିକଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୪ରେ ସେ ସ୍ୱର୍ଗତ ବିଷ୍ଣୁ ଦାସଙ୍କୁ ପରାସ୍ତ କରି ବିଧାନସଭାକୁ ଆସିଥିଲେ । ମାତ୍ର ୨୦୧୯ରେ ସେ ପରାଜୟ ବରଣ କରିଥିଲେ । ଗତ କିଛି ମାସ ତଳେ କଂଗ୍ରେସ ତାଙ୍କୁ ନିଲମ୍ବନ କରିଥିଲା । ଏହାପରେ ନିଲମ୍ବନ ଆଦେଶ ଦଳ ହଟାଇ ନେଇଥିଲା ।