May 15, 2024

ଭୁବନେଶ୍ୱର: ପ୍ରାର୍ଥୀ ଦରାଣ୍ଡୁଛି ରାଜ୍ୟ ବିଜେପି । ଆଜି ଯାଏଁ ଗୋଟିଏ ବି ବିଧାନସଭା ପ୍ରାର୍ଥୀ ଘୋଷଣା କରିପାରିଲାନି । ରାଜ୍ୟ ବିଜେପି ପାଖରେ ଯୋଗ୍ୟ ପ୍ରାର୍ଥୀଙ୍କ ଘୋର ଅଭାବ ବୋଲି ବିଜେଡି ଆକ୍ଷେପ କରିଛି । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ୧୪୭ ବିଧାନସଭା ଆସନରେ ଲଢ଼ିବାକୁ ବିଜେପି ପ୍ରାର୍ଥୀ ପାଉନି । ସେଥିପାଇଁ ଏଯାଏଁ ଜଣେ ପ୍ରାର୍ଥୀଙ୍କ ନାଁ ବି ବିଜେପି ଘୋଷଣା କରିପାରିନି । ଓଡ଼ିଶା ଭାରତୀୟ ଜନତା ପାର୍ଟି କହୁଛି ସବୁ ନିର୍ବାଚନ ମଣ୍ଡଳୀରେ ଲଢ଼ିବ । ହେଲେ ସେମାନେ ସେହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପାଇପାରୁ ନାହାନ୍ତି । ଏହା ହେଉଛି ବାସ୍ତବିକ ସତ୍ୟ । ବିଜେପି ୨୧ ଲୋକସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଘୋଷଣା କଲା, ହେଲେ ଏବେଯାଏଁ ଗୋଟିଏ ବି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିଲା ନାହିଁ । ପ୍ରାର୍ଥୀ ପାଉନଥିବାରୁ ବିଜେପି ଜନବିରୋଧୀ ଓ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ ନିଜ ଦଳକୁ ନେଉଛି । ନିର୍ବାଚନ ଲଢ଼ିବାକୁ ପ୍ରାର୍ଥୀ ପାଉନଥିବାରୁ ରାଜ୍ୟ ବିଜେପି ଅସହାୟ ହୋଇପଡ଼ିଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।