May 19, 2024

ଭୁବନେଶ୍ୱର: ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ଖାଲି ପଡ଼ିଥିବା ଦୁଇ ଜିଲ୍ଳାର ଏସ୍‌ପି ପଦବି ପୂରଣ ହୋଇଛି । କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ଥିବା ଅତିରିକ୍ତ ପୁଲିସ୍‌ କମିଶନର ତଥା ୨୦୦୭ ବ୍ୟାଚ୍‌ର ଆଇପିଏସ୍‌ ଡିଆଇଜି ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଜିଲ୍ଲାର ନୂଆ ଏସପି ଓ ୨୦୦୭ ବ୍ୟାଚ୍‌ର ଆଇପିଏସ୍‌ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ନୂଆ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଷଡ଼ଙ୍ଗୀ ହୋମ୍‌ଗାର୍ଡ ଓ ଅଗ୍ନିଶମ ଡିଆଇଜି ଥିଲେ । ଗତ ସପ୍ତାହରେ ନିର୍ବାଚନ କମିଶନର ୫ ଜଣ ଏସ୍‌ପି, ଜଣେ ଆଇଜି ଓ ୨ ଜଣ ଜିଲ୍ଳାପାଳଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଥିଲେ । ଗତ ୫ ତାରିଖରେ ୨ ଜିଲ୍ଳାପାଳ, କେନ୍ଦ୍ରାଞ୍ଚଳ ଆଇଜି ଓ ୩ ଟି ଏସ୍‌ପିଙ୍କୁ ଦାୟିତ୍ୱ ମିଳିଥିଲା । ହେଲେ ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଳା ପାଇଁ ଏସ୍‌ପି ଚୟନ ହୋଇ ପାରିନଥିଲା ।