May 19, 2024

ଭୁବନେଶ୍ବର: ବାଲେଶ୍ଵର ବିଜେପିକୁ ଶକ୍ତ ଧକ୍କା। ଦଳ ଛାଡ଼଼ିଲେ ବିଜେପି ବରିଷ୍ଠ ନେତା ରଘୁନାଥ ମହାନ୍ତି। ପୂରା ପରିବାର ସହ ରଘୁନାଥ ମହାନ୍ତି ବିଜେପି ଦଳ ଛାଡିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର। ସେ ବିଜେଡିରେ ମିଶିବାର ଚର୍ଚ୍ଚା ହେଉଛି ।  ବାଲେଶ୍ଵର ରାଜନୀତିର ପରିଚିତ ଚେହେରା ହେଉଛନ୍ତି ରଘୁନାଥ ମହାନ୍ତି। ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳିରୁ ବିଧାନସଭାକୁ ସେ ୫ ଥର ନିର୍ବାଚିତ ହୋଇଛନ୍ତି ରଘୁନାଥ। ୧୯୯୦ରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ଲଗାତାର ୫ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ଏପ୍ରିଲରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ବସ୍ତା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରିଥିଲା। ହେଲେ ସେ ମାତ୍ର ୩୬ ହଜାର ୮୭୪ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ମାତ୍ର ୨୧.୫୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ରଘୁନାଥ ମହାନ୍ତି । ଶେଷଥର ପାଇଁ ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ। ଲଗାତର ବସ୍ତା ବିଧାନସଭା କ୍ଷେତ୍ରରୁ ପାଞ୍ଚଥର ଜିତିଥିବା ରଘୁନାଥ ମହାନ୍ତି ୧୯୯୦ ଏବଂ ୧୯୯୫ ନିର୍ବାଚନରେ ଜନତା ଦଳରୁ ଲଢି ଜିତିଥିବାବେଳେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ।

ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ। ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ। ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗ ଦେଇଥିଲେ।