May 19, 2024

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୧୧୨ ଆସନ ପାଇଁ ବିଜେପି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ପ୍ରାୟ ୭୦% ପୁରୁଣା ମୁହଁ ଟିକଟ ପାଇଥିଲା ବେଳେ ଦଳ ଡେଇଁ ନୂଆକରି ପଦ୍ମ ପୋଖରୀକୁ ଆସିଥିବା ୨୦% ନେତା ମଧ୍ୟ ଦଳର ତାଲିକାରେ ଅଛନ୍ତି । ବିଜେପି ୧୦ ପ୍ରତିଶତ ନୂଆ ମୁହଁ ଉପରେ ଭରସା କରିଛି ।
ବିଜେପି ତାଲିକା ଅନୁଯାୟୀ ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗରରୁ ଭାଗ୍ୟ ପରୀକ୍ଷା କରିବେ । ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ନୂଆପଡ଼ାରୁ ଭୋଟ ଲଢ଼ିବେ । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବ୍ରହ୍ମଗିରିରୁ ଭୋଟ ଲଢ଼ିବେ ।
ସେହିଭଳି ବିଜେଡି ଓ କଂଗ୍ରେସରୁ ଆସିଥିବା ବହୁ ନେତାଙ୍କୁ ବିଜେପି ଟିକଟ ଦେଇଛି । ଆକାଶ ଦାସନାୟକ କୋରେଇରୁ ଟିକଟ ପାଇଥିଲା ବେଳେ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର ଉତ୍ତରରୁ ନିର୍ବାଚନ ଲଢ଼ିବେ । ଅତାବିରାରୁ ନିହାର ମହାନନ୍ଦ, ସୋରୋ-ରାଜେନ୍ଦ୍ର ଦାସ, ଖଲ୍ଲିକୋଟ-ପୂର୍ଣ୍ଣଚନ୍ଦ୍ର ସେଠୀ, ଜୟଦେବ-ଅରବିନ୍ଦ ଢ଼ାଲି, ଦିଗହପଣ୍ଡି-ସିଦ୍ଧାନ୍ତ ମହାପାତ୍ର ଓ ପାଟକୁରାରୁ ତେଜେଶ୍ୱର ପରିଡ଼ା ଭୋଟ ଲଢ଼ିବେ । ଦଳର ସମସ୍ତ ବିଧାୟକ ଓ ଗତଥର ପରାଜୟ ବରଣ କରିଥିବା ହେଭିୱେଟ୍‌ଙ୍କୁ ପୁଣି ଟିକଟ ମିଳିଛି । ଅରିନ୍ଦମ ଦାସ ଓ ଅନୁଭବ ମହାନ୍ତି ଏ ତାଲିକାରେ ନାହାନ୍ତି ।
ଦଳର ବରିଷ୍ଠ ନେତା କେଭି ସିଂହଦେଓ, ଜୟନାରାୟଣ ମିଶ୍ର, ପ୍ରଦୀପ ନାୟକ, ଜୟନ୍ତ ଷଡ଼ଙ୍ଗୀ, ମୋହନ ମାଝୀ, ସୁବାସ ନାଏକ ପ୍ରମୁଖ ପୁଣି ଭୋଟ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଦଳ ପୂର୍ବରୁ ୨୧ ଲୋକସଭା ସିଟର ପ୍ରର୍ଥୀ ଘୋଷଣା କରିଥିଲା । ଆଉ ୩୫ ବିଧାନସଭା ସିଟ୍‌ ପାଇଁ ଘୋଷଣା ବାକି ରହିଲା । କଂଗ୍ରେସ ପକ୍ଷରୁ କୌଣସି ସିଟ ପ୍ରାର୍ଥୀ ଘୋଷଣା ହୋଇନି । ବିଜେଡି ୬ ଲୋକସଭା ସହ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ଅଛି ।

ସୁନ୍ଦରଗଡ଼ରୁ କୁସୁମ ଟେଟେ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରୁ ଗୌତମ ରାୟ, କୋରେଇରୁ ଆକାଶ ଦାସ ନାୟକ ଓ ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ ଲଢ଼ିବେ ବୋଲି ଜଣା ପଡ଼ିଛି । ତଳସରାରୁ ଭବାନୀଶଙ୍କର ଭୋଇ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲୀରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାଏକ ଲଢ଼ିବେ ।

କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାଏକ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ ସେଠୀ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ଭଦ୍ରକରୁ ସୀତାଂଶୁ ଶେଖର ମହାପାତ୍ର, ବିଂଝାରପୁରରୁ ବବିତା ମଲ୍ଲିକ ଓ ବଡ଼ଚଣାରୁ ଅମର ନାୟକ ଲଢ଼ିବେ ।

ସେହିପରି ଧର୍ମଶାଳାରୁ ସ୍ମୃତିରେଖା ପହି, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତୃଘ୍ନ ଜେନା, ପରଜଙ୍ଗରୁ ବିଭୁତି ଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଛେଣ୍ଡିପଦାରୁ ଅଗସ୍ତୀ ବେହେରା, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ ।

ସେହିପରି ବାଲେଶ୍ୱରରୁ ମାନସ ଦତ୍ତ, ରେମୁଣାରୁ ଗୋବିନ୍ଦ ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳା, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ବଲାଙ୍ଗିରରୁ ଗୋପାଳଜୀ ପାଣିଗ୍ରାହୀ ଓ ଟିଟିଲାଗଡ଼ରୁ ନବୀନ ଜୈନ ଲଢ଼ିବେ ବୋଲି ଜଣା ପଡ଼ିଛି ।

କଣ୍ଟାବାଂଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳରୁ ହିତେଶ ବଗର୍ତ୍ତୀ, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡ଼ରୁ ସୁଧୀର ପାଟ୍ଟଯୋଶୀ, ନର୍ଲାରୁ ଅନୀରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କଳ୍ପନା କହଁର, ଜି.ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳ- କହ୍ନେଇ ଚରଣ ଡାଙ୍ଗ ଲଢ଼ିବେ ।

ସେହିପରି ବୌଦ୍ଧରୁ ସରୋଜ ପ୍ରଧାନ, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ ବାରିକ, ଚୌଦ୍ୱାରରୁ ନୟନ କିଶୋର ମହାନ୍ତି, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ସେଠୀ, ମାହାଙ୍ଗାରୁ ସୁମନ୍ତ ଘଡ଼େଇ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ ଲଢ଼ିବେ ।