May 19, 2024

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ବିଜେଡି ଇସ୍ତାହାରରେ କେଉଁ କେଉଁ ପ୍ରସଙ୍ଗ ସ୍ଥାନ ପାଇବ, କ’ଣ ଲୋକଙ୍କ ମନକୁ ଛୁଇଁବ । ତାହା ପ୍ରସ୍ତୁତ କରିବାକୁ ନିର୍ବାଚନୀ ଇସ୍ତାହାର କମିଟି ଗଢିଛି ବିଜେଡି । ଏହି କମିଟିରେ ୩୮ ଜଣିଆ ସଦସ୍ୟ ରହିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ।
ସେହିପରି ଇସ୍ତାହାର କମିଟିରେ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ପ୍ରମୁଖ ସ୍ଥାନ ପାଇଛନ୍ତି । ସାଂସଦ ଅମର ପଟ୍ଟନାୟକ ଆବାହକ ଦାୟିତ୍ୱ ଓ ଡ. ସସ୍ମିତ ପାତ୍ର ସହ-ଆବାହକ ଭାବେ ନିର୍ବାହ କରିବେ ।
କମିଟିରେ ୩ଜଣ ପ୍ରବାସୀ ଓଡ଼ିଆ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ସୁକାନ୍ତ ମହାପାତ୍ର, ସ୍ୱପ୍ନେନ୍ଦୁ ମହାନ୍ତି ଓ ଅମିୟ ମିଶ୍ରଙ୍କ ନାମ ରହିଛି । ସଦସ୍ୟ ତାଲିକାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ,
ସଞ୍ଜୟ କୁମାର ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ରମେଶ ଚନ୍ଦ୍ର ମାଝି, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, କଟକ ମେୟର୍‌ ସୁବାସ ସିଂ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି । ଯୁବ ଚେହେରା ମଧ୍ୟରେ ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ବିଧାୟକ ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଦିଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଏସ.କେ. ନିଜାମୁଦ୍ଦିନ, ତନ୍ମୟ ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ପରିଡ଼ା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ ମହାନ୍ତି, ପଙ୍କିଜିନୀ ମଙ୍ଗରାଜ, ମାମିନା ନାୟକ, କିଶୋର ଦେବତା ପ୍ରମୁଖ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।